ଭୁବନେଶ୍ବର: ୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରୁ ଆରମ୍ଭ ହେଉଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଆସନ୍ତାକାଲି ଠାରୁ ଫର୍ମ ପୂରଣ କରି ପାରିବେ । ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି ।
BSE ଓଡ଼ିଶା ଅନୁସାରେ, ସମସ୍ତ ରେଗୁଲାର [ସ୍କୁଲ୍ ରେଜିଷ୍ଟ୍ରେସନ୍ (SR) ଏବଂ କ୍ୱାସି ରେଜିଷ୍ଟ୍ରେସନ୍], ଏକ୍ସ-ରେଗୁଲାର (ER), କରେସପଣ୍ଡେନ୍ସ କୋର୍ସ ରେଗୁଲାର (CR) ଏବଂ କରେସପଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପ୍ରାର୍ଥୀ ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ସେମାନଙ୍କର ଫର୍ମ ପୂରଣ କରିପାରିବେ ।
ଓଡିଶା ମାଟ୍ରିକ୍ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ପାଇଁ ଅନଲାଇନ୍ ଲିଙ୍କ୍ ଏବଂ ନିର୍ଦ୍ଦେଶାବଳୀ ବୋର୍ଡ ଦ୍ୱାରା ସରକାରୀ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ କରାଯିବ।
ନିୟମିତ [ସ୍କୁଲ୍ ରେଜିଷ୍ଟ୍ରେସନ୍] (SR) ଏବଂ Quasi Reg.] ଏବଂ Ex-Regular (ER) ପ୍ରାର୍ଥୀମାନେ କେବଳ ସେମାନଙ୍କ ସ୍କୁଲର ପ୍ରଧାନ ଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ମାଧ୍ୟମରେ ଅନଲାଇନରେ ଫର୍ମ ପୂରଣ କରିପାରିବେ ।
BSE ଓଡ଼ିଶା ଦଶମ ପରୀକ୍ଷା ୨୦୨୬ ର ସମୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ,କିନ୍ତୁ ବାର୍ଷିକ ପରୀକ୍ଷା ଫେବୃଆରୀ ଏବଂ ମାର୍ଚ୍ଚ ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।
Comments are closed.