ଭୁବନେଶ୍ୱର: ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୧୬ ଜଣ ଶ୍ରମିକ । ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ଥିବା ଜଣାପଡିଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡାପଲ୍ଲୀ ଜିଲ୍ଲା ବେଗମ୍ପେଟର ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ । ଏଠାରେ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ମାସ ହେଲା ଦରମା ମିଳିନଥିଲା । ଏପରିକି ସେମାନଙ୍କ କୁନି କୁନି ପିଲାଙ୍କୁ ଜବରଦସ୍ତି କାମରେ ଲଗାଯାଉଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ.ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ । ଏଥିସହ ଜିଲ୍ଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ଏ ଘଟଣାରେ ପଦକ୍ଷେପ ନେବାକୁ ଅରୂପ ପଟ୍ଟନାୟକ କହିଥିଲେ । ଏହାପରେ ତେଲେଙ୍ଗାନା ଉକ୍ତ ଇଟାଭାଟି ଉପରେ ବେଗମ୍ପେଟର ଏସପି ଚଢ଼ାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସେପଟେ ଆଜି ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଚଂଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
Comments are closed.