Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୨୬୫ରେ ଅଲଆଉଟ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ବୁଧବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୬୫ ରନରେ ଅଲଆଉଟ ହୋଇଯାଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୨ ୱିକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବସନ୍ତ ମହାନ୍ତି ଓ ସୁନୀଲ ରାଉଲ ଏହି ୨ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଭିମନ୍ୟୁ ଈଶ୍ୱରନ ୧୪ ଓ ପ୍ରୀତମ ଚକ୍ରବର୍ତି ୭ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା ଟିମର ଟପ ଅର୍ଡର ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଶାନ୍ତନୁ ମିଶ୍ର ୪୨, ସନ୍ଦୀପ ପଟ୍ଟନାୟକ ୩୦, ଶୁଭ୍ରାଂଶୁ ସେନାପତି ୬୭ ରନ ସଂଗ୍ରହ କରିଥିଲେ । ପଶ୍ଚିମବଙ୍ଗ ପକ୍ଷରୁ ଈଶାନ ପୋରେଲ ଓ ପ୍ରୀତମ ଚକ୍ରବର୍ତି ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଓଡିଶା ପୂର୍ବରୁ ନକଆଉଟ ଦୌଡରୁ ବାଦ ପଡି ସାରିଛି ।

Leave A Reply

Your email address will not be published.