Latest Odisha News

BREAKING NEWS

ଯକ୍ଷ୍ମା ନିରାକରଣରେ ଦେଶରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଦେଶରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡିଶାକୁ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟକୁ ପୁରସ୍କାର ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ଓ ରାଜ୍ୟ ଯକ୍ଷ୍ମା ଅଧିକାରୀ ଡକ୍ଟର ପି. କେ.ହୋତା ।

ସୂଚନାଯୋଗ୍ୟ ଯେ, ଯକ୍ଷ୍ମା ନିରାକରଣ ଦିଗରେ ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ ଓଡିଶାର ୪ଟି ଜିଲ୍ଲା ରହିଛି । ସୋନପୁର ଜିଲ୍ଲା ଦ୍ୱିତୀୟରେ ଥିବା ବେଳେ ଦେବଗଡ ତୃତୀୟ, ଜଗତସିଂହପୁର ପଞ୍ଚମ, ବୌଦ୍ଧ ଷଷ୍ଠ ସ୍ଥାନରେ ରହିଛି ।

Leave A Reply

Your email address will not be published.