Latest Odisha News

BREAKING NEWS

ଟିଆରପି ଦୁର୍ନୀତି: ଅର୍ଣ୍ଣବଙ୍କୁ ସିଧା ସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ: ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏଣିକି ମୁମ୍ବାଇ ପୋଲିସ ସିଧାସଳଖ ଗିରଫ କରିପାରିବ ନାହିଁ । ଯାହା କି ଅର୍ଣ୍ଣବଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତାଙ୍କୁ ଗିରଫ କରିବାକୁ ହେଲେ ୩ ଦିନ ଆଗରୁ ନୋଟିସ ପଠାଇବାକୁ ପଡିବ ବୋଲି ହାଇକୋର୍ଟ ମୁମ୍ବାଇ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର ସରକାର ଅର୍ଣ୍ଣବଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ ପଡିବ ଏବଂ ସେ କୌଣସି ସୁରକ୍ଷା ଦାବୀ କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଯାହାକୁ ବିଚାରପତି ଏସଏସ ଶିନ୍ଦେ ଓ ମନୀଷ ପିଟାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି । ଏ ପର୍ଯ୍ୟନ୍ତ ଅର୍ଣ୍ଣବଙ୍କୁ ଅଭିଯୁକ୍ତ ଦର୍ଶାଇବାରେ ମୁମ୍ବାଇ ପୋଲିସ ବିଫଳ ହୋଇଛି ।

Leave A Reply

Your email address will not be published.