Latest Odisha News

BREAKING NEWS

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ଉନ୍ନତିକରଣର ସମୀକ୍ଷା

ପୁରୀ : ମା  ମଙ୍ଗଳା  ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ  ମେଡିକାଲ  କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ କରିବା ସହିତ କୋଣାର୍କ  ଚନ୍ଦ୍ରଭାଗା  ରାସ୍ତା  ସମ୍ପ୍ରସାରଣ କାମ ଏପ୍ରିଲ ୨୦୨୩ ସୁଦ୍ଧା  ଶେଷ  କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ୍ ।

୫ଟି ସଚିବ ଭି. କେ. ପାଣ୍ଡିଆନ୍  ଆଜି  ସକାଳେ  ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ  ବିଭିନ୍ନ  ବିକାଶ କାମ ବୁଲି ଦେଖିଛନ୍ତି । ମଙ୍ଗଳାଙ୍କ ପୀଠର ଉନ୍ନତିକରଣ  ସମ୍ପର୍କରେ  ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା  ମଧ୍ୟ କରିଛନ୍ତି ।

ମନ୍ଦିର ଜଳନିଷ୍କାସନ, ପାର୍କିଂ, ଯାତ୍ରୀଙ୍କ  ସୁବିଧା,  ପ୍ରାଚୀ  ନଦୀ  ଘାଟର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ସେବାୟତ,  ସ୍ଥାନୀୟ ବାସିନ୍ଦା ଓ ଟ୍ରଷ୍ଟି  ମାନଙ୍କ  ସହ  ଆଲୋଚନା  କରି ପନ୍ଦର ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୁତ  କରିବା ପାଇଁ ସେ  ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀଙ୍କ  ଅନୁମୋଦନ  ନିମନ୍ତେ  ଉପସ୍ଥାପନ  କରାଯିବ  ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ । OBCC ଏହି  ଯୋଜନା  ପ୍ରସ୍ତୁତ  କରିବ । ଏହା ପୂର୍ବରୁ ସେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ  କରି  ପରିକ୍ରମା  ପ୍ରକଳ୍ପ  ବୁଲି  ଦେଖିଥିଲେ । ସେଠାରୁ  ଶ୍ରୀ ଜଗନ୍ନାଥ ମେଡିକାଲ ନିର୍ମାଣ  କାମ  ବୁଲି ଦେଖିଥିଲେ ଓ  ଅଗ୍ରଗତି ର  ସମୀକ୍ଷା କରିଥିଲେ । ପରେ  କୋଣାର୍କ  ଯାଇ ଚନ୍ଦ୍ରଭାଗା ବେଳାଭୂମି  ବିକାଶ  କାମ,  କୋଣାର୍କ  ଚନ୍ଦ୍ରଭାଗା ରାଜ୍ୟ ରାଜପଥର  ସମ୍ପ୍ରସାରଣ ଓ  ନୂଆ  ରିଂ ରୋଡ  କାମ  ଅନୁଧ୍ୟାନ  କରିଥିଲେ  । ୫ଟି ସଚିବଙ୍କ  ପରିଦର୍ଶନ  ସମୟରେ ପୁରୀ ଜିଲ୍ଲାପାଳ  ସମର୍ଥ  ବର୍ମା ,ଏସପି,  ତଥା ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ  ଥିଲେ ।

Leave A Reply

Your email address will not be published.