Latest Odisha News

BREAKING NEWS

ଆମ୍ବୁଲାନ୍ସ ପାଇଁ ଅଟକିଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ:ମହାନତା ଦେଖାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି  । ଆମ୍ବୁଲାନ୍ସକୁ ଦେଖି ଭାରତ ଯୋଡୋ ଯାତ୍ରାକୁ ଅଟକାଇଲେ ।  ଆମ୍ବୁଲାନ୍ସକୁ ବାଟ ଛାଡିଦେଲେ । ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେ ରାସ୍ତରେ ଅଟକି ରହିଲେ । ନିଜ ସାଥୀ ଯାତ୍ରୀଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ  ରାସ୍ତା ଛାଡିବା ଲାଗି କହିଥିଲେ । ଆଜି ସକାଳେ ଘଟଣା ରାଜଧାନୀ ଦିଲ୍ଲୀରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଆଜି ରାହୁଲଙ୍କ ଭାରତଯୋଡୋ ଶୋଭାଯାତ୍ରା  ହରିଆଣାର ବଦରପୁର ସୀମାରୁ ବାହାରି ଦିଲ୍ଲୀରେ ପହଞ୍ଚିଥିଲା । ସକାଳ ପ୍ରାୟ ୮ଟା ସମୟରେ  ଦିଲ୍ଲୀ ଆପୋଲ ହସ୍ପିଟାଲ ନିକଟରେ ପହଞ୍ଚିଥିଲା  ଶୋଭାଯାତ୍ରା । ଲାଲ କିଲ୍ଲା ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ଥିଲା । ଏହି ଶୋଭାଯାତ୍ରା ଆଶ୍ରମ ଚୌକ, ନିଜାମୁଦ୍ଦିନ, ଇଣ୍ଡିଆ ଗେଟ, ଆଇଟିଓ, ଲାଲ କିଲ୍ଲା ଏବଂ ରାଜଘାଟ ଦେଇ ଯିବାର ଥିଲା । ଏହି ସମୟରେ ଆଶ୍ରମ ଘାଟ ନିକଟରେ ଦୁଇ ଘଣ୍ଟା ବିଶ୍ରାମ ନେଇଥିଲେ ।

ତାଙ୍କର ଶୋଭାଯାତ୍ରା ଆପୋଲ ହସ୍ପିଟାଲ ନିକଟରେ ପହଞ୍ଚିବା ସମୟରେ ଏକ ଆମ୍ବୁଲାନ୍ସ ଆସିଥିଲା । ତାକୁ ଦେଖି ରାହୁଲ ନିଜେ ଅଟକି ଯିବା ସହ ପୁରା ଶୋଭାଯାତ୍ରାକୁ ଅଟକାଇଥିଲେ ।

Leave A Reply

Your email address will not be published.