Latest Odisha News

BREAKING NEWS

ଓଡ଼ିଶା ସମଗ୍ର ଦେଶର ଏକ ଆଦର୍ଶ ରାଜ୍ୟ: କମଲ ହାସନ

ଭୁବନେଶ୍ୱର: ପ୍ରଖ୍ୟାତ ତାମିଲ୍ ଅଭିନେତା କମଲ୍ ହାସନ ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ ବୋଲି ମଙ୍ଗଳବାର ଦିନ କହିଛନ୍ତି ।

“ଓଡ଼ିଶା ଦେଶର ଏକ ଆଦର୍ଶ ରାଜ୍ୟ, ଆମେ ଏଠାରୁ ଜ୍ଞାନ ଆହରଣ କରି ଓଡ଼ିଶା ପରି ତାମିଲନଡୁର ବିକାଶ କରିବାକୁ ଚାହୁଁ । ଆମେ ସମସ୍ତ ରାଜ୍ୟଠୁଁ ପ୍ରେରଣା ପାଇଥାଉ । ତାମିଲନଡୁକୁ ଅଧିକ ସମୃଦ୍ଧିଶାଳୀ ରୂପେ ଗଢିତୋଳିବାକୁ ହେଲେ ଆମେ ଓଡ଼ିଶାଠାରୁ ଜ୍ଞାନ ଆହରଣ କରିପାରିବା,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସେଞ୍ଚୁରିୟନ ୟୁନିଭର୍ସିଟିରେ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

ସେଞ୍ଚୁରିୟନ ୟୁନିଭର୍ସିଟିରେ ଏହି ଉପାଧି ଗ୍ରହଣ କରିବାପରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ସେ ଗଠନ କରିଥିବା ମାକ୍କାଲ୍ ନିଧି ମାଇୟାମ (ଜନସାଧାରଣଙ୍କ ନ୍ୟାୟ କେନ୍ଦ୍ର) ପରି ଆଞ୍ଚଳିକ ଦଳ ଗଠନ କରିଥିବା ବେଳେ ଏସମ୍ପର୍କରେ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଏହାବ୍ୟତୀତ ଡକ୍ଟରେଟ ଉପାଧି ପରି ସମ୍ମାନଜନକ ଉପାଧି ପାଇଥିବା ଯୋଗୁଁ ସେ ସେଞ୍ଚୁରିୟନ ୟୁନିଭର୍ସିଟିକୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.