Latest Odisha News

ଗୋଟିଏ ଦିନରେ ସର୍ବାଧିକ ୧୭୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୨ ଜଣ ଅଛନ୍ତି । ସେହିପରି ଗଜପତିରୁ ୨୩, ନୂଆପଡାରୁ ୨୨, ଭଦ୍ରକରୁ ୧୫, ଗଂଜାମରୁ ୧୪, କେନ୍ଦ୍ରାପଡାରୁ ୧୦, ଢ଼େଙ୍କାନାଳ ଓ କନ୍ଧମାଳରୁ ୯ ଜଣ ଲେଖାଏଁ, ସୁନ୍ଦରଗଡରୁ ୬ ଏବଂ ବାଲେଶ୍ୱରରୁ ୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଟକ, ବଲାଙ୍ଗିର ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪ରେ ପହଂଚିଛି ।

Leave A Reply

Your email address will not be published.