Latest Odisha News

BREAKING NEWS

ବିଜେପିର ର୍ଭଚ୍ୟୁଆଲ ରାଲିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ବିଜେପିର ର୍ଭଚ୍ୟୁଆଲ ରାଲି । ଡିଜିଟାଲ କ୍ୟାମେନ୍ କରିବ ବିଜେପି । ମୋଦୀ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହି ଡିଜିଟାଲ ରାଲି ଆୟୋଜନ କରିବ । ତେବେ ଏହି ର୍ଭଚ୍ୟୁଆଲ ରାଲିକୁ ନେଇ ରାଜ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି ।

କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି। କେନ୍ଦ୍ର ସରକାର କ’ଣ କରିଛନ୍ତି ଯେ, ପ୍ରଚାର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି କଂଗ୍ରେସର ଏଭଳି ଟାର୍ଗେଟର ଜବାବ ଦେଇଛି । ବିଜେପି ସାଧାରଣ ସମ୍ପାଧକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, Virtual rally ଅର୍ଥ କ’ଣ ସେକଥା ବୁଝିବାକୁ କଂଗ୍ରେସ କୁ ଆହୁରି ୫ ବର୍ଷ ଲାଗିବ ।

ଆସନ୍ତାକାଲି ଅପରାହ୍ନରେ ହେବାକୁ ଥିବା ଏହି ଡିଜିଟାଲ ରାଲିରେ ୩୭ ହଜାର ବୁଥ୍‌କୁ ଯୋଡିବାକୁ ଉଦ୍ୟମ କରିବ ବିଜେପି। ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅମିତ୍ ଶାହା ରହିବେ। ଆତ୍ମନିର୍ଭର ସମ୍ପର୍କରେ ଅମିତ୍ ଶାହ କହିବେ ଏବଂ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଓ ଅନୁଦାନ ବିଷୟରେ ମଧ୍ୟ କହିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.