Latest Odisha News

BREAKING NEWS

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ପୁରୀ ଜିଲ୍ଲା ଗସ୍ତ

ପୁରୀ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ବୁଧବାର ପୁରୀ ଜିଲ୍ଲା ଗସ୍ତ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀର ସଦାନନ୍ଦପୁରଠାରେ ନିର୍ମାଣଧୀନ ସ୍କୁଲ ଗୃହର ସମୀକ୍ଷା କରିବା ସହିତ ସାକ୍ଷୀଗୋପାଳ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ବ୍ରହ୍ମଗିରିର ସିପସରୁବାଲି ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ଅସ୍ଥାୟୀ ଭାବେ ଚାଲୁଥିବା କୃଷକ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ତାଙ୍କ ସହ ଓଏଭିଏସ୍‌ର ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ମଧ୍ୟ ସାମିଲ୍ ହୋଇଥିଲେ ।

କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ କରାଯାଉଥିବା ଅନଲାଇନ୍ କ୍ଳାସ ଓ ପରୀକ୍ଷା ସମ୍ବନ୍ଧରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ସହ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍‌ର ସମସ୍ତ ନିୟମାବଳୀ ଉପରେ ସତେଚନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଏହା ପରେ ପୁରୀ ସର୍କିଟ୍ ହାଉସ୍‌ରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଏସ୍‌ପି, ଡିଇଓ, ବିଇଓ, ଆର ଏଣ୍ଡ ବି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଜିଲ୍ଲାରେ ନିର୍ମାଣଧିନ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହ ହେବାକୁ ଥିବା ୯ ଟି ଆଦର୍ଶ ବିଦ୍ୟାଳୟ ପାଇଁ ଖୁବ୍ ଶୀଘ୍ର ସ୍ଥାନ ନିରୂପଣ ପାଇଁ ଡଃ ସାହୁ ଅତିରକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.