Latest Odisha News

ରାଜ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ୩ କୋଟି ଡୋଜ୍ ଭ୍ୟାକସିନ୍ ଦିଆଗଲାଣି

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଚାଲିଛି କୋଭିଡ୍ ଟିକାକରଣ । କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ଡୋଜ୍ କୋଭିଡ୍ ଭ୍ୟାକସିନ୍ ଦିଆଗଲାଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ଟିକାକରଣରେ ଏଭଳି ସଫଳତା ହାସଲ ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ଏଥିରୁ ପ୍ରଥମ ଡୋଜ୍ ନେଇଛନ୍ତି ୨ଲକ୍ଷ ୨୦ ହଜାରରୁ ଅଧିକ ଲୋକ । ଟିକାର ଦୁଇଟିଯାକ ଡୋଜ୍ ନେଇଛନ୍ତି ୮୧ଲକ୍ଷ ୬୦ ହଜାର ଲୋକ । ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.