Latest Odisha News

BREAKING NEWS

ଅନୁଗୁଳରୁ ୧୨ ଫୁଟର ଅହିରାଜ ସାପ ଉଦ୍ଧାର

ଅନୁଗୁଳ: ବିରାଟକାୟ ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ଗଡତରାସ ଗାରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ଼ ସାପକୁ ଗାଁର କିଛି ଲୋକ ଦେଖି ଭୟଭୀୟ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏସମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ ।

ଖବର ପାଇ ଆଦିତ୍ୟଙ୍କ ସହ ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଶ ସତର୍କତାର ସହ ୧୨ ଫୁଟର ଅହିରାଜ ସାପକୁ ସେମାନେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହାପରେ ସାପଟିକୁ ବନ୍ତଳା ବନାଞ୍ଚଳ କାର୍ୟ୍ୟାଳୟକୁ ଅଣାଯାଇଥିଲା ।

ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶରେ ନାଗକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗାଁରୁ ୩ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟ ବେହେରା କହିଛନ୍ତି ।

Leave A Reply

Your email address will not be published.