Latest Odisha News

BREAKING NEWS

ୟେଲୋ ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ

ଭୁୁବନେଶ୍ୱର : ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଜାରି ହୋଇଛି ୟେଲୋ ଆଲର୍ଟ । ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।

ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୦ରୁ ୪୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ପବନରେ ବେଗ ୬୫ କି.ମି. ପର୍ଯ୍ୟନ୍ତ ବଢ଼ିପାରେ । ସେହିଭଳି ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଉପକୂଳରେ ପବନର ବେଗ ୪୫ରୁ ୫୫ କି.ମି. ରହିବା ସହ ୬୫ କି.ମି ପର‌୍ୟ୍ୟନ୍ତ ମଧ୍ୟ ବେଗ ବଢ଼ିବାର ସମ୍ଭାବନା ରହିଛି ।

ଆଉ ୨୦ ତାରିଖ ସକାଳେ ପବନର ବେଗ ୭୫ରୁ ୮୫ କି.ମି. ରହିବା ସହ ବଢ଼ି କରି ୯୫ କିଲୋମିଟର ପର‌୍ୟ୍ୟନ୍ତ ଯାଇପାରେ । ଏହି ସମୟରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେଉଁଝରର କିଛି ସ୍ଥାନରେ ପ୍ରବଳ ବର୍ଷିବ । ୨୦ ତାରିଖ ସକାଳ ପରେ ଲାଣ୍ଡଫଲ ସମୟ ଯେତେ ପାଖେଇବ ସେହି ଅନୁସାରେ ପବନର ବେଗ ବଢ଼ିଚାଲିବ । ଅମ୍ଫାନ ସ୍ଥଳଭାଗ ଛୁଇଁବା ସମଯରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୩୫ କିଲୋମିଟର ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ବାତ୍ୟାକୁ ନଜରରେ ରଖି ଆଜିଠାରୁ ୨୦ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶା ଓ ପଶ୍ଟିମବଙ୍ଗ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ଓଡ଼ିଶାରେ କ୍ଷୟକ୍ଷତି ସମ୍ଭାବନା

– କଚ୍ଚାଘର ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇପାରେ
– ପକ୍କାଘର ମଧ୍ୟ କିଛିମାତ୍ରାରେ କ୍ଷତିଗ୍ରସ୍ତ ହେବ
– ବିଦ୍ୟୁତ ଖୁଣ୍ଟ ନଇଁଯିବା ସହ କିଛି ଉପୁଡ଼ିଯିବାର ଆଶଙ୍କା ରହିଛି
– କଚ୍ଚା ଓ ପକ୍କାରାସ୍ତା ସମେତ ରେଲଓ୍ୱେ ଟ୍ରାକ୍ ବି ଧୋଇ ହୋଇଯାଇପାରେ
– ଚାଷ ଉଜୁଡ଼ିଯିବା ସହ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ିପଡ଼ିବାର ସମ୍ଭାବନା ରହିଛି

Leave A Reply

Your email address will not be published.