Latest Odisha News

BREAKING NEWS

୩୪୯ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର : ରାଜ୍ୟ ସଚିବାଳୟଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ୩୪୮.୯୫ କୋଟି ଟଙ୍କାର ୪ଟି ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଏହି ୪ଟି ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ ହେଲେ ପ୍ରାୟ ୬ ହଜାର ସଂଖ୍ୟକ କର୍ମନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି । ଏହି ପ୍ରକଳ୍ପ ଅନୁସାରେ କେରଳର ଏକ ପୋଷାକ କମ୍ପାନୀ ଗଞ୍ଜାମ ଜିଲ୍ଲାରେ ଏକ ପ୍ରକଳ୍ପ ପ୍ରତିଷ୍ଠା କରିବ, ଫଳରେ ୫ ହଜାର ବ୍ୟକ୍ତି କର୍ମନିଯୁକ୍ତି ପାଇପାରିବେ ।

ଏହି ପ୍ରକଳ୍ପରେ ପ୍ରାୟ ୯୦ ପ୍ରତିଶତ ମହିଳାଙ୍କୁ କର୍ମ ନିଯୁକ୍ତି ଦିଆଯିବାର ସ୍ଥିର ହୋଇଛି ।

କେରଳର ଶିଳ୍ପଭିତ୍ତିକ ଏକ ପୋଷାକ କମ୍ପାନୀ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଥିବା ଟାଟା ଷ୍ଟିଲର ଏସଇଜେଡ଼ରେ ୧୭୭କୋଟି ନିବେଶରେ ଏକ ନିଟିଙ୍ଗ, ଫାବ୍ରିକ ପ୍ରୋସେସିଂ ଓ ପୋଷାକ ମାନ୍ୟୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରିବ ।

ସେହିପରି କଟକର ରାମଦାସପୁରରେ ୬୪.୯୫ କୋଟିର ଏକ ଇଣ୍ଟ୍ରାଭାଇନ୍ସ ଫ୍ଲଇଡ ଉତ୍ପାଦନ ୟୁନିଟ ସ୍ଥାପନ ଲାଗି ଏକ କୋଲକାତା ଭିତ୍ତିକ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀର ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡ ଅନୁମୋଦନ ଦିଆଯାଇଛି ।

ଅନୁଗୁଳ ଆଲୁମିନିୟମ ପାର୍କରେ ବାର୍ଷିକ ୪୦ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ନିର୍ମାଣ ୟୁନିଟ ସ୍ଥାପନ ଲାଗି ମୁମ୍ବାଇର ଏକ ପ୍ରମୁଖ ଆଲୁମିନିୟମ କଣ୍ଡକ୍ଟର ନିର୍ମାତା ପ୍ରସ୍ତାବ ଦେଇଛନ୍ତି । ଦୁଇଟି ପ୍ରକଳ୍ପରୁ ଗୋଟିଏ ଅନୁଗୁଳରେ ଅନ୍ୟଟି ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବାକୁ ଯୋଜନା ରହିଛି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷରେ ଇପିକଲର ଜିଏମ କଲ୍ୟାଣ ମହାନ୍ତି କହିଛନ୍ତି ଗତବର୍ଷ ଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ଶିଳ୍ପ ସଂସ୍ଥା, କମ୍ପାନୀମାନଙ୍କ ପକ୍ଷରୁ ୨.୦୩ ଲକ୍ଷ କୋଟିର ୧୨୪ଟି ଶିଳ୍ପ ସ୍ଥାପନ ଜନିତ ଆଗ୍ରହ ମିଳିଥିଲା । ସେଥିରୁ ୭୫ଟି ପୁଞ୍ଜି ନିବେଶକୁ ଅନୁମୋଦନ ମିଳିଛି ।

Leave A Reply

Your email address will not be published.