Latest Odisha News

BREAKING NEWS

୫ଟି ମେଗା ପ୍ରକଳ୍ପକୁ ଓଡିଶା ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର: ମେଟାଲ କ୍ଷେତ୍ରରେ ୯୨,୭୧୩ କୋଟି ଟଙ୍କା ବିନିମୂଲ୍ୟରେ ୫ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଡିଶା ସରକାର ।

ଆଧିକାରୀକ ବିଜ୍ଞପ୍ତି ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲୁସନ୍ (ଆଇପିଆର୍‌-୨୦୧୫) ମଧ୍ୟରେ ଶିଳ୍ପନୀତିରେ ଏହା ଏକ ବଡ ପୁଞ୍ଜିନିବେଶ ହୋଇଥିବା ବେଳେ ଏଚଏଲସିଏ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ । ଯେଉଁଥିରେ ପେଲେଟ୍‌, ଲୁହା, ଷ୍ଟେନଲେସ୍ ଷ୍ଟିଲ୍‌, ସିମେଣ୍ଟ ବ୍ୟବହୃତ ବଜ୍ୟର୍ବସ୍ତୁ ଉତ୍ପାଦ ଭଳି ବିଭିନ୍ନ ଉତ୍ପାଦ ନିର୍ମାଣ ହେବାକୁ ଥିବା ବେଳେ ଏଥିଯୋଗୁଁ ପ୍ରାୟ ୩୧,୯୭୯ ବ୍ୟକ୍ତି ଚାକିରି ସୁଯୋଗ ପାଇବେ ବୋଲି ଜଣାପଡିଛି ।

କୋଭିଡ-୧୯ ମହାମାରୀ ଯୋଗୁଁ ବିଶ୍ୱରେ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହା ଉଦ୍ୟୋଗିକ କ୍ଷେତ୍ରକୁ ଅଧିକ ମଜଭୁତ କରିବ ବୋଲି ସୂଚନା ମିଳିଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ଶିଳ୍ପକ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଆହୁରି ମଧ୍ୟ ଗତ ୨୦୨୦ ମସିହା ଫେବୃଆରୀ ମାସ ଠାରୁ ୧.୧୭ ଲକ୍ଷ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରାଯାଇଛି । ଯେଉଁଥିରେ ପ୍ରାୟ ୫୩,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.