Latest Odisha News

BREAKING NEWS

ବଟନରେ ଦେବୀଙ୍କ କଳାକୃତି ତିଆରି କରି ଜାତୀୟ ରେକର୍ଡ ସୃଷ୍ଟି କଲେ ସତ୍ୟ

ବ୍ରହ୍ମପୁର: କାଠ, ଚକ, ସାବୁନ ଏବଂ ବାଲିରେ ଛୋଟ ଛୋଟ କଳାକୃତି ତିଆରି କରି ୩୦ ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ ସ୍ଥାପନ କରିଥିବା ବ୍ରହ୍ମପୁରର ୩୬ ବର୍ଷିୟ ସତ୍ୟ ମହାରଣା ଆଉ ଏକ ସଫଳତା ହାସଲ କରିଛନ୍ତି।

ବିଭିନ୍ନ ରଙ୍ଗୀନ ବଟନକୁ ବ୍ୟବହାର କରି ଗଞ୍ଜାମର ସୋରଡାର ଦେବୀ କାନ୍ଧୁନି ଦେବୀଙ୍କର କଳାକୃତି ନିର୍ମାଣ କରି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛନ୍ତି।

“ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଏବଂ ଧୈର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ର ସମ୍ପାଦକୀୟ ବୋର୍ଡ ଦ୍ୱାରା କରାଯାଇଥିବା ଯାଞ୍ଚ ଅନୁଯାୟୀ ତୁମର କଳାକୃତିକୁ ସ୍ୱୀକୃତି ପ୍ରଦାନ କରାଯାଇଛି”। ଏନେଇ ସଂଗଠନ ପକ୍ଷରୁ ଇ-ମେଲ୍ କରାଯାଇଥିବା ନେଇ ସୂଚନା ମିଳିଛି।

ଦେବୀ କାନ୍ଧୁନି ଦେବୀଙ୍କ ଚିତ୍ରଟି ୧୮×୧୫ ଇଞ୍ଚ ମାପର ହୋଇଥିଲା ବେଳେ ଏଥିରେ ୧୧୧୫ ରଙ୍ଗୀନ ବଟନ୍ ଏବଂ ଫୁଲ ଲାଗିଛି ବୋଲି ସତ୍ୟ ପ୍ରକାଶ କରିଛନ୍ତି। ଯାହାକୁ ସମ୍ପୂର୍ଣ୍ଣ କରିବା ଲାଗି ମୋତେ ପାଖାପାଖି ଚାରି ଘଣ୍ଟା ସମୟ ଲାଗିଥିଲା ବୋଲି କୁହନ୍ତି ସତ୍ୟ।

 

Comments are closed.