Latest Odisha News

BREAKING NEWS

ପାତାଳ ଗରୁଡ଼ ଗଛର ବିଶେଷତ୍ୱ, ଜାଣନ୍ତୁ

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଯେ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି  ।

ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ଅନେକ ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳି ପ୍ରମାଣିତ ହୋଇଛି  । ଏହାର ମୁଖ୍ୟ ପ୍ରଭାବ ମସ୍ତିଷ୍କସ୍ଥିତ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ଉପରେ ପଡିଥାଏ।

ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି ।

ବିହାର ଓ ଓଡିଶାରେ ଗ୍ରାମାଞ୍ଚଳର ଲୋକେ ଏହାକୁ ପାଗଳାମି ରୋଗର ଚିକିତ୍ସାରେ ବହୁଳ ଉପଯୋଗ କରନ୍ତି  ।

ଏହାଛଡା ସର୍ପାଘାତଜନିତ ବିଷ ଓ ଅନ୍ୟାନ୍ୟ ଜାନ୍ତବ ବିଷଜନିତ ପାଇଁ ଏହାର ୪ ଗ୍ରାମ ମୂଳ ସହିତ ୨୧ଟି ଗୋଲମରୀଚ ମିଶାଇ ପାଣିରେ ବାଟି ସର୍ପ ଦୃଷ୍ଟବ୍ୟକ୍ତିଙ୍କୁ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ପିଆଇଲେ ସର୍ପ ବିଷ ନଷ୍ଟ ହୁଏ ବୋଲି କୁହାଯାଏ।

ଏହି ଚିକିତ୍ସା ମଧ୍ୟ ଉଚ୍ଚରକ୍ତଚାପରେ ଉପଶମ ଦେଇଥାଏ । ଏହାକୁ ଉପଯୋଗ କରିବା ଦ୍ଵାରା ମାନସିକ ଶାନ୍ତି ମିଳିଥାଏ  ।

Leave A Reply

Your email address will not be published.