Latest Odisha News

BREAKING NEWS

ଚିଟଫଣ୍ଡ ଓ ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଘଣ୍ଟାକ ଲାଗି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।

ଆଜି ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ଏକ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଆଠ ମିନିଟର ଏହି ଶୋକପ୍ରସ୍ତାବ ପରେ ବିରୋଧୀ ଦଳର ସଦସ୍ୟମାନେ ଚିଟଫଣ୍ଡ ଦୁର୍ନୀତି ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ଗୃହ ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିବା ଯୋଗୁଁ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା ।

ବିରୋଧି ବିଜେପି ସଦସ୍ୟମାନେ ଗତକାଲି ପରି ଆଜି ମଧ୍ୟ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିବାର ଦେଖାଯାଇଛି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚିଟଫଣ୍ଡ ସମ୍ପର୍କୀୟ ଲେଖାମାନ ଉଲ୍ଲେଖ ରହିଥିବା ଗାଉନ ପିନ୍ଧି ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପାଖକୁ ଯାଇ ବିଭିନ୍ନ ସରକାରୀ ବିରୋଧୀ ସ୍ଲୋଗାନମାନ ଦେଇଥିଲେ ।

ସେହିପରି କଂଗ୍ରେସ ସଭ୍ୟମାନେ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ପାଟିତୁଣ୍ଡ କରୁଥିବାର ଦେଖାଯାଇଥିଲା ।

ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ୧ ଘଣ୍ଟା ଲାଗି ବାଧ୍ୟ ହୋଇ ଗୃହକୁ ମୁଲତବୀ ରଖିଛନ୍ତି ।

Leave A Reply

Your email address will not be published.