Latest Odisha News

BREAKING NEWS

ଭବାନୀପାଟଣାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦାନ

ଭବାନୀପାଟଣା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚିଛନ୍ତି । ଭବାନୀପାଟଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶ ପରି ଏକ ବିଶାଳ ର‌୍ୟାଲିରେ ଉଦବୋଧନ ଦେବାପରେ ରାହୁଲ ସିଧା ରାଉରକେଲା ଗସ୍ତ କରିବେ ।

ରାଉରକେଲାରେ ଦିନ ପ୍ରାୟ ୨ଟା ସମୟରେ ଏକ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଥିବା ସମସ୍ତ କଂଗ୍ରେସ କର୍ମୀ ତଥା ନେତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଏହି ଦୁଇଟି ସମାବେଶକୁ ସଫଳ କରିବାକୁ ବରିଷ୍ଠ ରାଜ୍ୟ କଂଗ୍ରେସ ନେତା ତଥା ଓପିସିସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.