Latest Odisha News

ଓଡ଼ିଶା ବିଧାନସଭା ନିର୍ଦ୍ଧାରିତ ଅବଧି ପୂର୍ବରୁ ସମାପ୍ତ, ଅନିର୍ଦ୍ଦିଷ୍ଟ କାଳ ଲାଗି ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଶନିବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ହୋଇଛି । ଆଉ ମାତ୍ର ୧୮ଟି କାର୍ଯ୍ୟଦିବସ ସମାପନ ହେବା ପୂର୍ବରୁ ଶୀତ ଅଧିବେଶନ ଶେଷ ହୋଇଛି।

ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଗୃହରେ ସେପରି କିଛି ବକେୟା କାର୍ଯ୍ୟ ନଥିବା ହେତୁ ଏନେଇ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ଏକ ପ୍ରସ୍ତାବ ଗୃହିତ କରିଥିଲେ ଏବଂ ଏହାକୁ ବାଚସ୍ପତି ଅମିତ କୁମାର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ।

ବିଧାନସଭାର ଏହି ଶୀତକାଳୀନ ଅଧିବେଶନ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଅଧିବେଶନ ୨୩ଟି କାର୍ଯ୍ୟକାରୀ ଦିବସ ରହିଥିବା ବେଳେ ମାତ୍ର ୫ଟି କାର୍ଯ୍ୟଦିବସ ଚାଲି ପାରିଥିଲା । ୫ଟି କାର୍ଯ୍ୟ ଦିବସ ମଧ୍ୟରୁ ୪ଟି କାର୍ଯ୍ୟଦିବସ ଗୃହରେ ବିରୋଧି ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଥିଲା ।

ଗୃହରେ ବିରୋଧି ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗଗୁଡିକ ଉପସ୍ଥାପିତ କରାଯାଇଥିଲା । ସେହି ପ୍ରସଙ୍ଗ ଗୁଡିକ ମଧ୍ୟରେ ରହିଥିଲା- କୃଷକ ଦାବୀ ପ୍ରସଙ୍ଗ, ଝିଙ୍କରଗଡୀ ଜଙ୍ଗଲରେ ଗଛ କଟା, ଅନୁସୂଚିତ ଜନଜାତି ପାଣ୍ଠିର ଉପଯୋଗ, ଧାନ ବିହନ ଏମଏସପି, କେନ୍ଦ୍ର ଦ୍ୱାରା ମ୍ୟାଟ୍ରିକ ପରବର୍ତ୍ତୀ ଅନୁସୂଚିତ ଜନଜାତି ଛାତ୍ରବୃତ୍ତି ପାଣ୍ଠି କାଟ୍ ପ୍ରଭୃତି ।

Leave A Reply

Your email address will not be published.