ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା । ଗୃହରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ବିଧାନସଭାକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ପ୍ରଥମେ ସାଢ଼େ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ପୁଣି ହଟ୍ଟଗୋଳ ହେବାରୁ ଦିନ ୩ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦିବଙ୍ଗତ ବିଧାୟକମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ କଂଗ୍ରେସ ସଭ୍ୟ ହଟ୍ଟଗୋଳ କରିଥିଲେ । ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିବା ପ୍ରସଙ୍ଗ ଉଠାଇ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ।
BREAKING NEWS
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
Comments are closed.