Latest Odisha News

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ଦିବଙ୍ଗତ ନେତାଙ୍କ ପାଇଁ କିଛି ସମୟ ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଥିଲା ଗୃହ । ହେଲେ ପ୍ରଥମରୁ ହିଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିରୋଧୀ ।

ପ୍ରଥମେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ୧୧ଟା ଯାଏଁ ଗୃହ ମୁଲତବି ରହିଥିବା ବେଳେ ପରେ ପୁଣି କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହାଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ତେବେ ବଜେଟର ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ପୋଲାଭରମ ପ୍ରକଳ୍ପ, ଭତ୍ତା ଟଙ୍କା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ  ଉପରେ ବିରୋଧୀ ଗୃହରେ ସ୍ବର ଉଠିପାରେ ବୋଲି ଚର୍ଚ୍ଚା ।

ଅନ୍ୟପଟେ ମୋହନ ସରକାରର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଗୃହରେ ଆଲୋକପାତ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲିଠୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ର ପ୍ରଶ୍ନ କାଳ ରହିଥିବେ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏ ମୁଲତବି ରହିଛି ଗୃହ ।

Comments are closed.