Latest Odisha News

BREAKING NEWS

Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ।

ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ ରହିଛି। ମାର୍ଚ୍ଚ ୩୧ ତାରିଖ ଦିନ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବ।

ସୂଚନାଥାଉକି, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ। ସେହିପରି ୨୦୨୫-୨୬ ଆର୍ଥିକବର୍ଷ ଲାଗି ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା।

Leave A Reply

Your email address will not be published.