Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ୍ ସମୟରେ ଭିସି ଜରିଆରେ ସମ୍ବୋଧନ କରୁଥିଲେ । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ ରାଜ୍ୟପାଳ ପହଞ୍ଚିବେ ।  ମାତ୍ର ୬ଦିନ ପାଇଁ ଏହି ଅଧିବେଶନ ବସିବ, ତେବେ ଏହା ସରଗରମ ହେବ ବୋଲି କୁହାଯାଉଛି ।

ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ଏଣେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।

ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେ ବ। ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ। ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ଯ୍ୟ ହେବ।

ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ। ଗୃହରେ କୋଭିଡ୍ କଟକଣା ଅନୁଯାୟୀ ବିଧାୟକମାନଙ୍କର ବସିବା ବନ୍ଦୋବସ୍ତ କରାଯାଇଛି। ଏହା ବାଦ୍ ଲୋକସେବା ଭବନ, ଓକାକ ଏବଂ ଜ଼ିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଧାୟକମାନେ ଯୋଡ଼ି ହୋଇପାରିବେ।

ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ୍ ୬ଟି କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ।

Comments are closed.