Latest Odisha News

BREAKING NEWS

ଫେବୃଆରୀ ୪ରୁ ଓଡିଶା ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଓଡିଶା ବିଧାନସଭା ଅଧିବେଶନ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଏନେଇ ଏକ ପ୍ରସ୍ତାବ ଓଡିଶା ବିଧାନସଭା ସଚିବଙ୍କ ଦ୍ୱାରା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ୱିକୃତି ପାଇଁ ପଠାଯାଇଛି ।

ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବିଧାନସଭା ଅଧିବେଶନ ଫେବୃଆରୀ ୧୨ ତାରିଖ ଯାଏଁ ଜାରି ରହିବ ।

ଏହା ଉଲ୍ଲେଖନୀୟ ଯେ ଚଳିତ ବର୍ଷ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଗୃହରେ ଫେବୃଆରୀ ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନା କରିବେ । ଏହି ବଜେଟ ଉପସ୍ଥାପନ ଲାଗି ମତଦାନ କରିବେ । ଯାହାକୁ କି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯିବ ।

ଗୃହରେ ଫେବୃଆରୀ ୮ ତାରିଖ ଦିନ ଏହାକୁ ବିଲ୍ ଭାବେ ଉପସ୍ଥାପନ କରାଯିବ । ଏସମ୍ପର୍କରେ ଗୃହରେ ଆଲୋଚନା ହେବାସହ ଅଧିବେଶନର ଶେଷ ଦିବସରେ ପାରିତ କରାଯିବାର ଯୋଜନା ରହିଛି ।

ରାଜ୍ୟ ବିଧାନସଭା ଉଦଘାଟନୀ ଅଧିବେଶନକୁ ରାଜ୍ୟପାଳ ସମ୍ବୋଧିତ କରିବେ ।

ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଥିବା ବେଳେ ସେଥିମଧ୍ୟରେ ୬ଟି ସରକାରୀ କାର୍ଯ୍ୟ ଦିବସ ଓ ଗୋଟିଏ ଘରୋଇ କାର୍ଯ୍ୟ ଦିବସ ରହିଛି । ଆହୁରି ମଧ୍ୟ ଫେବୃଆରୀ ୯ ଓ ୧୦ ତାରିଖରେ ସରକାରୀ ଛୁଟି ଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.