Latest Odisha News

ଖୁବଶୀଘ୍ର ଓଡିଶା ବିଧାନସଭା ହେବ ପେପରଲେସ୍

ଭୁବନେଶ୍ଵର: ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ କହିବାନୁସାରେ, ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ବିଧାନସଭାକୁ ପେପରଲେସ୍‌ କରିବାକୁ ନେଭା ଦାୟିତ୍ବ ନେଇଛି । ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ ନେଭା ପକ୍ଷରୁ ଟ୍ରେନିଂ ଦିଆଯିବ । ଦୁଇ ବର୍ଷ ଭିତରେ ପ୍ରକ୍ରିୟା ଶେଷ ହେବା ନେଇ ଆଶା ଅଛି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ ।

ସୂଚନା ଅନୁସାରେ, ବିଧାନସଭାକୁ ପେପରଲେସ୍ କରି ସମ୍ପୁର୍ଣ୍ଣ ଡିଜିଟାଲାଇଜ୍ କରିବା ପାଇଁ ନେଭା ଦାୟିତ୍ୱ ନେଇଛନ୍ତି । ଖୁବଶୀଘ୍ର ବିଧାନସଭା ହେବ କାଗଜମୁକ୍ତ ହେବ । ଓଡିଶାର ବିଧାନସଭାକୁ ଏକ ସମ୍ପୁର୍ଣ୍ଣ କାଗଜମୁକ୍ତ ବିଧାନସଭା କରିବା ପାଇଁ ଲକ୍ଷ ରଖାଯାଇଛି । ୩୦ ଜିଲ୍ଲାର ବିଭିନ୍ନ ଡିଆଇଓ ମାନେ ଆଜି ଆସି ନେଭାଠାରୁ ଦିନ ସାରା ଟ୍ରେନିଂ ନେଇଛନ୍ତି । ଖୁବ୍ କମ୍ ସମୟରେ ନୂଆ, ପୁରୁଣା ସମସ୍ତ ବିଧାୟକମାନଙ୍କୁ ନେଭା ପକ୍ଷରୁ ଟ୍ରେନିଂ ଦିଆଯିବ । ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସମସ୍ତ ବିଲ୍‌ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବ । ଏହାକୁ ବିରୋଧ କରୁଥିବା କିଛି ଲୋକ ଯେତେ ଶୀଘ୍ର ଏହାକୁ ଗ୍ରହଣ କରିବେ ସେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ ।

Leave A Reply

Your email address will not be published.