Latest Odisha News

BREAKING NEWS

ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା କହିଥିଲେ ବାଚସ୍ପତି । ତଥାପି କଂଗ୍ରେସ ବିଧାୟକ ମାନେ ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଦେବା ପାଇଁ ଅଡ଼ି ବସିଥିଲେ । କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି ।

ସର୍ବଦଳୀୟ ବୈଠକ ପାଇଁ ବିଜେପି ଦଳର ଉପନେତା, ବିଜେପି ଦଳର ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା, କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ବାଚସ୍ପତି ଡାକିଛନ୍ତି । ଆଜି ପ୍ରଶ୍ନକାଳରେ ଗୃହରେ ବିଭିନ୍ନ ଶିଳ୍ପରେ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ବିଧାୟକ । କେଉଁ ଶିଳ୍ପରେ କେତେଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ ବିଧାୟକ ।

Leave A Reply

Your email address will not be published.