Latest Odisha News

BREAKING NEWS

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୭୧ %

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଜବାହର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ ହୋଇଛି । ସେହିଭଳି କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ଫଳ ୯୭.୦୪ ପ୍ରତିଶତ ରହିଛି । ଚଳିତବର୍ଷ ପରୀକ୍ଷା ଫଳରେ ତିବେନ୍ଦ୍ରମ ଜୋନ ଶୀର୍ଷରେ ରହିଛି । ଆଜି ମଧ୍ୟାହ୍ନରେ ସିବିଏସ୍ଇ (CBSE) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ । ଭୁବନେଶ୍ୱର ଜୋନରେ ଚଳିତବର୍ଷ ପାସ୍ ହାର ୯୦.୩୭ ପ୍ରତିଶତ ରହିଛି ।

ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଅନଲାଇନରେ ରେଜଲ୍ଚ ଦେଖି ପାରିବେ । ଅଫିସିଆଲ୍ ୱେବସାଇଟରେ ଚେକ୍ କରି ପାରିବେ ।

cbse.gov.in
cbse.nic.in
cbseresults.nic.in
results.gov.in
digilocker.gov.in

ରେଜଲ୍ଟ ଦେଖିବା ପାଇଁ cbse.gov.in , cbse.nic.in ଭିଜିଟ୍ କରନ୍ତୁ । ହୋମ୍ ପେଜରେ ସିବିଏସ୍ଇ ଦ୍ୱାଦଶ ଟର୍ମ ୨ ୨୦୨୨ ଉପରେ କ୍ଲିକ୍ କରନ୍ତୁ । ଏହାପରେ ନିଜ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଲଗଇନ୍ କରନ୍ତୁ । ଏହାପରେ ରେଜଲ୍ଟ ଦେଖି ପାରିବେ ।

Leave A Reply

Your email address will not be published.