Latest Odisha News

BREAKING NEWS

ଦିନକ ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ହୋଇପାରେ ଆଲୋଚନା। ମାତ୍ର ଦିନକ ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ବିଧାନସଭା ଭବନରେ ଦିନ ୧୧ଟାରେ ବସିବ ସ୍ୱତନ୍ତ୍ର ଅଧିବେଶନ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା।

ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିଥିଲା ଏବଂ ଲମ୍ବା ଆଲୋଚନା ମଧ୍ୟ ଚାଲିଲା। ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ସରକାରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ବିଲ୍ କାଟ୍ ଖାଇଥିଲା। ଏଥିସହିତ ଆଗତ ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସମ୍ବିଧାନ ସଂଶୋଧିତ ବିଲ୍ ମଧ୍ୟ ଆଗତ କରାଯାଇଥିଲା, କିନ୍ତୁ ମହିଳା ବିଲ୍ କାଟ୍ ଖାଇବା ଦେଖି ସରକାର ତାହାକୁ ଫେରାଇ ନେଇଥିଲେ। ତେବେ ମହିଳା ସଂରକ୍ଷଣ ବିଲ୍କୁ ପାରିତ ନ ହେବାରୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇଛନ୍ତି।

ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନୀ ପ୍ରଚାର ସହ ସବୁ ରାଜ୍ୟରେ ବିଜେପି ଏହାକୁ ନେଇ ବିରୋଧୀ ଦଳକୁ ଦାୟୀ କରି ବିକ୍ଷୋଭ କରିଛି। ଓଡ଼ିଶାରେ ମଧ୍ୟ ବିଜେପି ମହିଳା ସଂରକ୍ଷଣକୁ ନେଇ ରାସ୍ତାକୁ ଓହ୍ଲାଇଛି। ଏହାକୁ ଏକ ବଡ଼ ଅସ୍ତ୍ର କରି ବିଜେଡି ଓ କଂଗ୍ରେସକୁ ଲଗାତାର ଘେରିଛନ୍ତି ଶାସକ ଦଳ। ଏବେ ବିଧାନସଭାରେ ମଧ୍ୟ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ବିରୋଧୀ ଦଳଙ୍କୁ ମହିଳା ବିରୋଧୀ ଦର୍ଶାଇବା ପାଇଁ ବିଧାନସଭାରେ ବିଧିବଦ୍ଧ ସଂକଳ୍ପ ପାରିତ କରାଯାଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.