Latest Odisha News

ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା; ଆସନ୍ତା କାଲିଠାରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ୩୦ଟି କାର୍ଯ୍ୟଦିବସ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବା ନେଇ ସୂଚନା ମିଳିଛି ।

ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ ର୍ଶମା । କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ଏହାସହ ସିସିଟିଭି ନଜରରେ ପୂରା ଗାନ୍ଧୀ ମାର୍ଗ ରହିବା ନେଇ ଡିଜିପି ବି.କେ ଶର୍ମା ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ବିଧାନସଭା ଛାତ ଉପରୁ ପୁଲିସ ବିଭିନ୍ନ ଦିଗ ଉପର ନଜର ରଖିବ। ପ୍ରବେଶ ପଥରେ ଦୁଇଟି ଚେକ୍‌ ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ ପୋଷ୍ଟରେ କାର୍ କିମ୍ବା ବାଇକ୍ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର୍‌ ଓ ବାଇକ୍‌ର କାଗଜପତ୍ର ଯାଞ୍ଚ କରାଯିବ। ସମୁଦାୟ ତିନିଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ରହିବ। ଗୋଟିଏ ବିଧାନସଭା ଗେଟ୍ ନିକଟରେ, ଦ୍ବିତୀୟଟି ‌ଲୋୟର ପିଏମ୍‌ଜି ଟ୍ରାଫିକ ଛକ ଏବଂ ତୃତୀୟଟି ଧାରଣାସ୍ଥଳ ନିକଟରେ ରହିବ। ସେଠାରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପରିସ୍ଥିତି ଉପରେ ନଜର ରଖିବେ।

ଏହାସହ ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ସପ୍ତମ ବାଟାଲିିୟନର ସ୍ୱତନ୍ତ୍ର ଟିମ ମୁତୟନ ରହିବେ ।

୩ଟି କଣ୍ଟ୍ରୋଲ ରୁମ୍ ଓ ସମନ୍ୱିତ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ଫୋର୍ସ ଓ ୯୦ ଅଫିସର ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆରଟି ମୁତୟନ ହେବେ ବୋଲି ଡିଜିପି ସୂଚନା ପ୍ରଦାନ କରିଛନ୍ତି ।

Comments are closed.