Latest Odisha News

BREAKING NEWS

ଆଜିଠୁ କମ୍ପିବ ଗୃହ, ମୁହାଁମୁହିଁ ହେବେ ଶାସକ ବିରୋଧି

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେବ ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଅଧିବେଶନ ପୂର୍ବରୁ ଗତକାଲି ଅନୁଷ୍ଠିତ ହୋଇଛି ଶାସକ ଦଳ ସହ ବିରୋଧି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ । ଶାସକ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି ।

ଅନ୍ୟପଟେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜିଏସ୍‌ଟି ବିଧେୟକ,୨୦୨୪ରେ ହୋଇଥିବା ସଂଶୋଧନକୁ ଆଗତ କରିବେ। ପରେ ରାଜ୍ୟପାଳଙ୍କ ଅନୁମୋଦନ ହାସଲ କରିଥିବା ବିଭିନ୍ନ ବିଲ୍ ଉପସ୍ଥାପନ କରାଯିବ ।

ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ବିଧାନସଭା ଶୀତ ଅଧିବେଶନ । ଏହି ଦିନ ମଧ୍ୟରେ ୩୦ଟି କାର୍ଯ୍ୟ ଦିବସ ରହିଛି । ତେବେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ମୃତ୍ୟୁ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିରେ ଅହେତୁକ ବିଳମ୍ବ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଯୋଜନା କରିଥିବା ବେଳେ ଓଡିଶାରୁ ବଡ ବଡ ଶିଳ୍ପସଂସ୍ଥା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ, ଗନ୍ଧମାର୍ଦ୍ଦନ ପାହାଡ଼ରେ ସମ୍ଭାବ୍ୟ ଖଣି ଖନନ, ମାଆ ବିରଜା ପ୍ରକଳ୍ପକୁ ବନ୍ଦ କରିବାକୁ ଉଦ୍ୟମ, ଧାନକିଣାରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କାଉଣ୍ଟର କରିବା ବିଜେପି ଯୋଜନା କରିଛି ।

Leave A Reply

Your email address will not be published.