Latest Odisha News

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନଦୀଡିହ ଖଣିର ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ମଙ୍ଗଳବାର ଦିନ ଆରମ୍ଭ ହୋଇଛି ।

୧୫.୦୬ ମେଟ୍ରିକ୍ ଟନ୍ ଲୁହା ଓ ୦.୦୫୯ ଏମଟି ଟନ୍ ମାଙ୍ଗାନିଜ ସହ କମ୍ପୋଜିଟ୍ ବ୍ଲକର ପଟ୍ଟା ବର୍ତ୍ତମାନ ସମୟରେ ଫିଗ୍ରେଡ୍ ଓ କୋଡର୍ନ ଲି. ପାଖରେ ରହିଛି ।

ଫିଗ୍ରେଡ୍ ବ୍ୟତିତ ଜେଏସପିଏଲ, ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା., ବିଶାଳ ଏଲପିଜି ଫୁଏଲ ପ୍ରା. ଲି., ଆରସେଲ୍ ମିତ୍ତଲ୍ ଏବଂ ୟାଜଦାନି ଇଣ୍ଟରନ୍ୟାସନାଲ୍ (ପି) ଲି. ଭଳି ୯ଟି କମ୍ପାନୀ ଏହି ଫାଇନାଲ୍ ରେସରେ ରହିଛନ୍ତି ।

ମୋଟ୍ ୧୯ଟି ସୂଚୀବଦ୍ଧ ଖଣି ନିଲାମ ମଧ୍ୟରେ ଏଯାଏଁ ୧୨ଟି ସମାପ୍ତ ହୋଇଛି ।

ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ସେହିପରି ଗତ ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.