Latest Odisha News

ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡିଶାକୁ ୬ ପଦକ, ଲଙ୍ଗଜମ୍ପରେ ସବିତାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାକୁ ଏ ପର୍ଯ୍ୟନ୍ତ ୬ ପଦକ ମିଳିଛି । ସବିତା ଟପ୍ପୋ, ମନୀଷ ମେରେଲ, ରାଜେନ୍ଦ୍ର ସିଦ୍ଧୁ, ପ୍ରାଚୀ ମହାରାଣା ଓ ଓଙ୍କାର ପଣ୍ଡା ପଦକ ଜିତିଛନ୍ତି । ସବିତା ୧୬ ବର୍ଷରୁ କମ୍ ଲଙ୍ଗଜମ୍ପରେ ୫.୫୯ ମିଟର ଦୂରତା ଡେଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ୮୦ ମିଟର ହର୍ଡଲ୍ସରେ ସେ ରୌପ୍ୟ ପଦକ ଜିତିଛନ୍ତି ।

୨୦ ବର୍ଷରୁ କମ୍ ଲଙ୍ଗଜମ୍ପରେ ମନୀଷା ରୌପ୍ୟ ପଦକ ଜିତିଛନ୍ତି । ରାଜେନ୍ଦ୍ର (୮୦ ମିଟର ହର୍ଡଲ୍ସ), ପ୍ରାଚୀ (ବଲେ ଥ୍ରା) ଓ ଓଙ୍କାର (ଶଟପୁଟ) ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରୁ ଫେବୃୟାରୀ ୬ରୁ ୧୦ ପର୍ଯ୍ୟନ୍ତ ଆୟୋଜିତ ହେବ ।

Comments are closed.