Latest Odisha News

BREAKING NEWS

ଓଡିଶାର ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ହାସଲ

ଭୁବନେଶ୍ୱର/ମୁମ୍ବାଇ : ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଏମଆଇସିଇ ଆଣ୍ଡ୍ ଲକଜୁରି ଟ୍ରାଭେଲ୍ କଂଗ୍ରେସ୍ ଉତ୍ସବରେ ଓଡ଼ିଶା ପର‌୍ୟ୍ୟଟନକୁ ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି।

ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏହି ବିଶ୍ୱସ୍ତରୀୟ ଇଭେଣ୍ଟ ପ୍ରରିପେକ୍ଷୀରେ ପ୍ରତିନିଧିତ୍ୱ କରିଥିବା ୨୯ଟି ଦେଶର ନେତାମାନେ ଯୋଗଦେଇ ପର୍ଯ୍ୟଟନ ସମ୍ମିଳନୀ ତଥା ଉତ୍ସବରେ ସମବେତ ହୋଇଥିଲେ ।

ଓଡ଼ିଶା ପର୍ଯ୍ୟଟନ ପୂର୍ବରୁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସଏଟିଟିଇ ୨୦୧୯ରେ ‘ଟୁରିଜିମ୍ ବ୍ରାଣ୍ଡ୍ ଅଫ୍ ଦ ଇୟର୍’ ସମ୍ମାନ ହାସଲ କରିଥିଲା।

ଓଡ଼ିଶା ଟୁରିଜିମର କମିସନର୍-କମ୍-ସେକ୍ରେଟାରି ବିଶାଲ କେ. ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ ଟୁରିଜମ୍ ଲିଡରସିପ୍ ଆଓ୍ଵାର୍ଡ ପ୍ରଦାନ କରିଥିବାରୁ ମୁଁ ବିଚାରକ ମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଉଛି । ଆମେ ଓଡିଶାକୁ ଏକ ନୂଆ ପର୍ଯ୍ୟଟନ ବ୍ରାଣ୍ଡ ଭାବେ ନିର୍ମାଣ କରିବା ପାଇଁ ଚେଷ୍ଟା ଜାରି ରଖିବୁ ଏବଂ ଏହି ପୁରସ୍କାର ଆମକୁ ଆହୁରି ପ୍ରୋତ୍ସାହିତ କରିବ” ।

Leave A Reply

Your email address will not be published.