Latest Odisha News

BREAKING NEWS

ଭାରତ ଯଦି ପ୍ରଥମେ ଆକ୍ରମଣ କରେ ପାକିସ୍ତାନ ପ୍ରତି ଆକ୍ରମଣ କରିବ: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଦିନ କହିଛନ୍ତି, ଭାରତ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର କୌଣସି ପ୍ରମାଣ ନଦେଇ ପାକିସ୍ତାନକୁ ଦୋଷାରପ କରୁଛି, ଯଦି ଭାରତ ପ୍ରଥମେ ଆକ୍ରମଣ କରେ ତେବେ ପାକିସ୍ତାନ ପ୍ରତି ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବନାହିଁ ।

“ ଯଦି ତୁମେ (ଭାରତ ସରକାର) ଭାବୁଛ ଆମକୁ ଆକ୍ରମଣ କର ଆମେ କ’ଣ ଚୁପ ହୋଇ ବସିବୁ, ଆମେ ଏହାର ଜବାବ ଦେବୁ । ଆମେ ସମସ୍ତେ ଜାଣିଛନ୍ତି ଯେ, ମଣିଷ ହାତରେ ହିଁ ଯୁଦ୍ଧ ଆରମ୍ଭ ହୋଇଥାଏ ଏହା କେଉଁ ଦିଗକୁ ନେବ ତାହା ଇଶ୍ୱର ହିଁ ଜାଣିଛନ୍ତି । ଏହି ସମସ୍ୟା କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ,” ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ପୂର୍ବରୁ ରେକର୍ଡ଼ିଂ ହୋଇଥିବା ଏକ ଟେପରେ କହିଛନ୍ତି ।

“ମୋର ଏହି ବକ୍ତବ୍ୟ ଭାରତୀୟ ସରକାରଙ୍କ ଲାଗି । ବିନା ପ୍ରମାଣରେ ତମେ (ଭାରତ ସରକାର) ପାକିସ୍ତାକୁ ଦାୟୀ କରୁଛ,” ବୋଲି ସେ କହିଛନ୍ତି ।

ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନାକୁ ନେଇ ମିଳିତ ଜାତିସଂଘକୁ ପାକିସ୍ତାନ ପକ୍ଷରୁ ଏକ ପତ୍ର ଦେବାର ଗୋଟିଏ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏପରି କଥା କହିଛନ୍ତି ।

ଫେବୃଆରୀ ୧୪ ତାରିଖ ଦିନ ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାରେ ପାକିସ୍ତାନର ସଂପୃକ୍ତି ଅଭିଯୋଗକୁ ଖଣ୍ଡନ କରି ଇମ୍ରାନ କହିଛନ୍ତି, ପାକିସ୍ତାନ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । “ଏହା ଏକ ନୂଆ ସରକାର ତେଣୁ ଆମେ ଦେଶରେ ସ୍ଥିରତା ଚାହୁଁ । ଆମେ ଭାରତକୁ ଆକ୍ରମଣ କରି କିଛି ଲାଭ ପାଇବୁ ନାହିଁ । ଆମ ମାଟିରୁ ହିଂସା ହେଉନାହିଁ । ଆମେ ଭାରତ ସରକାରଙ୍କୁ କହି ରଖିବାକୁ ଚାହୁଁ ଯେ, ଯଦି ପାକିସ୍ତାନ ମାଟିରୁ କୌଣସି ବ୍ୟକ୍ତି ବିରୋଧରେ ଯଦି ପ୍ରମାଣ ଦେଖାଇଦେବେ ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ,” ବୋଲି ଇମ୍ରାନ କହିଛନ୍ତିି ।

Leave A Reply

Your email address will not be published.