Latest Odisha News

BREAKING NEWS

ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ

ରାଉରକେଲା : ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ । ଚାରୋଟି ବାମପନ୍ଥୀ ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଆଦି ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସିପିଆଇ, ସିପିଏମ୍‌, ସିପିଆଇଏମଏଲ୍‌ ସମେତ ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ସକାଳୁ ସକାଳୁ ପିକେଟିଙ୍ଗ୍‌ କରି ବନ୍ଦ ଡାକରା ଦେଇଛନ୍ତି । ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ଆଦି ୪ଟି ବାମ ଦଳ ପକ୍ଷରୁ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହି ସମୟରେ ଗାଡ଼ି ମୋଟର ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି। ସେପଟେ ଏହି ବନ୍ଦକୁ କଂଗ୍ରେସ ସହିତ ଆମ୍‌ ଆଦ୍‌ମୀ ପାର୍ଟି ସମର୍ଥନ କରୁଛି । ରାଉରକେଲା ସହରର ବିଭିନ୍ନ ପେଟ୍ରୋଲ ପମ୍ପ୍‌ ସମେତ ଅନ୍ୟ କିଛି ଅନୁଷ୍ଠାନ ଓ ଦୋକାନ ବଜାର ଆଦି ବନ୍ଦ ରଖିବାକୁ ମିଳିତ ବାମପନ୍ଥୀ ସଙ୍ଗଠନର ନେତା ଓ କର୍ମୀମାନେ ଅନୁରୋଧ କରିବା ସହ ପିକେଟିଙ୍ଗ୍‌ କରି ବିଭିନ୍ନ ସ୍ଥାନରେ ବଦ୍‌ କରାଇଛନ୍ତି ।

ସହରର ଗାନ୍ଧୀ ରୋଡ୍‌ରେ ଥିବା ବସ୍‌ ଷ୍ଟାଣ୍ଡ୍‌ରେ ବିଭିନ୍ନ ଯାତ୍ରୀବାହୀ ବସ୍‌କୁ ବନ୍ଦ କରାଯାଇଛି । ବିଶ୍ରା ଛକ ଠାରେ ମଧ୍ୟ ପିକେଟିଙ୍ଗ୍‌ କରାଯାଇଛି । ସେହିଭଳି ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀଙ୍କ ନେତୃତ୍ବରେ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକ ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ବନ୍ଦ୍‌ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ଗାଡ଼ି ମଟର କିଛି କିଛି ଚାଲୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.