Latest Odisha News

BREAKING NEWS

ବଢୁଛି ଜିକା ଭାଇରସ୍‌ ଭୟ; ଆଉ ୫ ମାମଲା ଚିହ୍ନଟ

ଥିରୁଅନନ୍ତପୁରମ୍‌: କରୋନାର ଭିନ୍ନ ଭିନ୍ନ ରୂପ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ କେରଳରେ ଦେଖାଦେଇଥିବା ଜିକା ଭାଇରସ୍‌ ଲୋକଙ୍କ ମନରେ ଭୟ ସଂଚାର କରିଛି। ଗୁରୁବାର ଦିନ କେରଳରୁ ଆଉ ୫ଟି ଜିକା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ମାମଲାରୁ ୨ଟି ଅନାୟାରାରୁ ରିପୋର୍ଟ ହୋଇଥିବା ବେଳେ ଆଉ ଜଣେ ଲେଖାଏଁ, କୁନୁକୁଜି, ପାଟମ୍ ଏବଂ ପୂର୍ବ ଦୁର୍ଗରୁ ଚିହ୍ନଟ ହୋଇଛି।

Leave A Reply

Your email address will not be published.