Latest Odisha News

BREAKING NEWS

ଓଡ଼ିଶା ବନ୍ଦ ଦୁର୍ଭାଗ୍ୟଜନକ: ବିଜେଡ଼ି

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଦିନ ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରାକୁ ଶାସକ ବିଜୁ ଜନତା ଦଳ ଦୁର୍ଭାଗ୍ୟଜନକ ବୋଲି କହିଛି ।

ଗଣମାଧ୍ୟମକୁ ଏକ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଏହି ବନ୍ଦ ଡ଼ାକରା କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ଦଳ ଏହାକୁ ସମର୍ଥନ କରିବା ପ୍ରକୃତରେ ଦୁର୍ଭାଗ୍ୟଜନକ ।

“ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି, ଏଥିଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚାଲିଥିବା ପରିପ୍ରେକ୍ଷୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଦିନ ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରା ଦିଆଯିବା ଠିକ୍ ନୁହେଁ,” ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି, ଗୁରୁବାର ଦିିନ ଓଡ଼ିଶା ବନ୍ଦ ପାଳନ ଅବସରରେ ବିକ୍ଷୋଭକାରୀମାନେ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଯାନ ବାହନ ଚଳାଚଳ ବନ୍ଦ କରିଛନ୍ତି । ଏହିସବୁ କାର୍ଯ୍ୟକଳାପ ତଥା ଘଟଣା ପରିକ୍ଷାର୍ଥୀଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିବ । ଏହାବ୍ୟତୀତ, ଏହି ବନ୍ଦ ପାଳନ ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି, ବୋଲି ସେ କହିଛନ୍ତି ।

Leave A Reply

Your email address will not be published.