Latest Odisha News

BREAKING NEWS

ବଲାଙ୍ଗିର: ବିଶାଖାପାଟଣା-ଭଗତ କି କୋଠି ଟ୍ରେନରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଲୱେ ଷ୍ଟେସନ୍ ନିକଟରେ ଗୁରୁବାର ଦିନ ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଭୟଭିତ ହୋଇପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରୁ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଜାଣିପାରି ହରିଶଙ୍କର ଷ୍ଟେସନ୍ରେ ଟ୍ରେନ୍କୁ ଅଟକାଇ ଧୂଆଁ ବନ୍ଦ କରାଯାଇଥିଲା। ଫଳରେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଏସମ୍ପର୍କରେ ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ସେଠାରେ ପାଖାପାଖି ୨୮ମିନିଟ୍ ରହିବା ପରେ ଟ୍ରେନ୍ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିବା ନେଇ ସୁତ୍ରରୁ ପ୍ରକାଶ।

ଅନ୍ୟପକ୍ଷରେ ସଟସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥାଇପାରେ ବୋଲି ରେଳ କର୍ତ୍ତୃପକ୍ଷ ସନ୍ଦେହ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.