Latest Odisha News

BREAKING NEWS

ଓଡ଼ିଶା ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ୍

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ସମଗ୍ର ରାଜ୍ୟରେ ଗୁରୁବାର ଦିନ ବନ୍ଦ ଡ଼ାକରା ଦିଆଯାଉଥିବା ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଦିନ ସମସ୍ତ ପରୀକ୍ଷା ବାତିଲ୍ କରିଛି ।

“ଏତଦ୍ୱାରା ଜଣାଇଦିଆଯାଉଛି କି, ୨୧ ଫେବୃଆରୀ ୨୦୧୯ ତାରିଖ ଦିନ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଉଥିବା ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ଦିନ ସମସ୍ତ ପରୀକ୍ଷାକୁ ବାତିଲ୍ କରାଗଲା,” ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ତେବେ ପୁନଃ ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ।

ଗୁରୁବାର ଦିନ ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରାକୁ ସରକାରଙ୍କ ବାରଣ ସତ୍ୱେ ସଂଗଠନ ଓହରିବ ନାହିଁ ବୋଲି ଜଣାଇଛି । ମାଟ୍ରିକ ପରୀକ୍ଷା ପ୍ରଭାବିତ ହେବ ବୋଲି ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡ଼ାକରାକୁ ବିରୋଧ କରାଗଲେ ମଧ୍ୟ ସଂଗଠନ ଏହି ବନ୍ଦ ପାଳନ କରିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛି ।

Leave A Reply

Your email address will not be published.