Latest Odisha News

ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନଭି ଏରୋ

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ମିଟ୍ ଦ ଡ୍ରେପର୍ସ- ସିଜନ ୬ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଡ୍ରୋନଗୁଡିକର ଏକ ଅଗ୍ରଣୀ ଡିପ୍‌-ଟେକ୍ ମାନୁଫ୍ୟାକ୍‌ଚରର ଭାବେ ବନ୍‌ଭିର ସ୍ଥିତିକୁ ସୁଦୃଢ କରିନାହିଁ ବରଂ ଏକ ୟୁଏସ୍ ଟିଭି ଶୋରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଥିବା ଏକ ଭାରତୀୟ କମ୍ପାନୀ ଭାବେ ପ୍ରଥମ ହୋଇଛନ୍ତି ।

ବନ୍‌ଭି ଏରୋର ସଦ୍ୟତମ ସଫଳତା ଏହି ପ୍ରତିଯୋଗିତାର ବିଜୟ ଓ ଫିଙ୍ଗ୍ ସଫଳତାଠାରୁ ଆଗକୁ ବିସ୍ତାରିତ ହୋଇଛି । ବନ୍‌ଭିର ଏରିଏଲ ଯାନ କାର୍ବନ-ମୁକ୍ତ ଓ ଶୂନ ନିର୍ଗମନ ବିଶିଷ୍ଟ ଅଟେ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ପାଇଁ ଭାରତ ଯାତ୍ରାରେ ଏହା ଏକ ଗୁରୁତ୍ୱର୍ପୂ ଭୂମିକା ଗ୍ରହଣ କରିବ । କମ୍ପାନୀ ସଫଳତାର ସହ ଭାରତୀୟ ସେନାକୁ ଆଡ୍‌ଭାନ୍ସଡ ଲିଜିଷ୍ଟିକ୍ସ ଡ୍ରୋନ୍ ପ୍ରଦାନ କରିଛି, ଯାହା ୧୦,୦୦୦ ଫୁଟ୍‌ରୁ ଅଧିକ ଉଚ୍ଚତା ସମେତ ଅଧିକ ଉଚ୍ଚତା ବିଶିଷ୍ଟ ଓ ଆହ୍ୱାନର୍ପୂ ପରିବେଶଗୁଡିକରେ ପରିଚାଳନା କରିବା ପାଇଁ ଏହାର କ୍ଷମତାକୁ ପ୍ରଦର୍ଶିତ କରୁଛି ।

ଏଆଇସି-ସିଜିୟୁ ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ମିଟ ଦ ଡ୍ରେପର୍ସ ସିଜନ-୬ରେ ସେମାନଙ୍କ ଷ୍ଟାର୍ଟଅପ୍‌ର ବିଜୟକୁ ଗର୍ବର ସହ ପାଳନ କରୁଛନ୍ତି, ଯାହା ଅନ୍ତର୍ଜାତୀୟ ମଂଚରେ ଗୁରୁତ୍ୱର୍ପୂ ମାଇଲଖୁଂଟକୁ ଚିହ୍ନିତ କରୁଛି । ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ସମ୍ମୁଖୀନ ହେଉଥିବା କିଛି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୋନଭି ଏରୋ ପ୍ରତିଶ୍ରୁତିବଦ୍ଧ । କମ୍ପାନୀର ଲକ୍ଷ୍ୟ ହେଉଛି ସାମଗ୍ରୀ ଏବଂ ଜନ ପରିବହନରେ କାର୍ବନ ମୁକ୍ତ ଏରିଅଲ ମୋବିଲିଟି ସମାଧାନରେ ନିଜକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ଏବଂ ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ନିରନ୍ତର ଅଭିନବତା ଉପରେ ଗୁରୁତ୍ୱ ଦେବା ।

Leave A Reply

Your email address will not be published.