Latest Odisha News

BREAKING NEWS

ଆଇଏସଏଲ: ବେଙ୍ଗାଲୁରୁକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ତିଳକ ମୈଦାନ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବୁଧବାର ଭୁବନେଶ୍ୱରର ଓଡିଶା ଏଫସି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଜାଭି ହର୍ଣ୍ଣାଣ୍ଡିଜଙ୍କ ଡବଲ ଗୋଲ ବଳରେ ଓଡିଶା ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ମ୍ୟାଚର ତୃତୀୟ ଏବଂ ୫୧ତମ ମିନିଟରେ ଜାଭି ୨ଟି ଯାକ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ ମିନିଟରେ ଆରିଡାଇ କାବ୍ରେରା ଦଳ ପକ୍ଷରୁ ତୃତୀୟ ଗୋଲଟି ଦେଇଥିଲେ । ବେଙ୍ଗାଲୁରର ଏକମାତ୍ର ଗୋଲଟି ୨୧ତମ ମିନିଟରେ ଆଲାନ କୋଷ୍ଟା ସ୍କୋର କରିଥିଲେ ।

ସମ୍ପୂର୍ଣ୍ଣ ମ୍ୟାଚରେ ଅପେକ୍ଷାକୃତ ଶକ୍ତିଶାଳୀ ବାଙ୍ଗାଲୋର ଟିମ ବିପକ୍ଷରେ ଭିନିତ ରାୟଙ୍କ ନେତୃତ୍ୱରେ ଓଡିଶାର ପ୍ରଦର୍ଶନ ଚମତ୍କାର ରହିଥିଲା । ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ବାଙ୍ଗାଲୋର ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଏପରିକି ବାଙ୍ଗାଲୋର ଅଧିନାୟକ ତଥା ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ବି କିଛି ଚମତ୍କାର କରିପାରି ନ ଥିଲେ ।

Leave A Reply

Your email address will not be published.