Latest Odisha News

BREAKING NEWS

ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରେ ଓଡ଼ିଶା । ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ବେଙ୍ଗାଲୁରୁର ନିର୍ମାଣ-୧ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଦଳ ପକ୍ଷରୁ ମନୀଷ କୁମାର ୩୬ ବଲରେ ୪୦ ଓ ଅକ୍ଷୟ ବର୍ମା ୨୬ ବଲରେ ୨୫ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ B-1 ବର୍ଗର ତପନ କୁମାର ଗୌଡ଼ ୪ ଓଭରରେ ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଖରାମ ମାଝୀ, ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ୧୩୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଓଡ଼ିଶା ମାତ୍ର ୧୧.୪ ଓଭରରେ ବିନା ୱିକେଟରେ ୧୩୭ ରନ୍ କରି ବିଜୟ ହାସଲ କରିଥିଲା। ଓଡ଼ିଶା ପକ୍ଷରୁ ସୁଖରାଜ ମାଝୀ ସର୍ବାଧିକ ୩୯ ବଲରେ ୭୧ ରନ୍ କରିଥିଲେ, ଯେଉଁଥିରେ ୧୧ ଚୌକା ସାମିଲ୍ ଥିଲା । ସେହିପରି ନକୁଳ ବଡ଼ନାୟକ ୩୬ ବଲରେ ୭ ଚୌକା ସହ ୫୬ ରନର ଇନିଂସ୍ ଖେଳିଥିଲେ । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ସୁଖରାମ ମାଝୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତାକାଲି ଓଡ଼ିଶା ତା’ର ପଞ୍ଚମ ଲିଗ୍ ମ୍ୟାଚରେ ହରିୟାଣାକୁ ଭେଟିବ। ଏହି ମୁକାବିଲା ବେଙ୍ଗାଲୁରୁର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯିବ।

Leave A Reply

Your email address will not be published.