Latest Odisha News

BREAKING NEWS

ଆରମ୍ଭ ହେଲା ପକ୍ରିୟା: ଖୁବଶୀଘ୍ର ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ଭୁବନେଶ୍ୱର: କଲିକତାରୁ ଓଡ଼ିଶାକୁ ଫେରିବ ଆସିବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ବର ପ୍ରତୀକ ଡାକୋଟା ବିମାନ । ଏହାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଗୁରୁବାର ଠାରୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ।

ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି ଲେଖାଯିବ ।

ତେବେ ବିମାନ ଓଡ଼ିଶା ଫେରିବା ପରେ କେଉଁଠାରେ ରହିବ ସେ ନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତି ନିଆଯାଇନାହିଁ ବୋଲି ସେ କହିଛନ୍ତି ।

ପୂର୍ବରୁ କଟକର ଆନନ୍ଦ ଭବନରେ ପରିସରରେ ବିଜୁବାବୁଙ୍କ ଡାକୋଟା ବିମାନକୁ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପରେ ସ୍ଥାନର ଅଭାବ ଯୋଗୁଁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଥିଲା ।

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଡକୋଟା ବିମାନ ଫେରାଇ ନେବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଇଣ୍ଡୋନେସିଆର ତତକାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଏହି ବିମାନ ଏବେ କୋଲକାତା ବିମାନ ବନ୍ଦରରେ ଅଛି ।

Leave A Reply

Your email address will not be published.