Latest Odisha News

BREAKING NEWS

ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ମଙ୍ଗଳବାର ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ନାମ ଘୋଷଣା କରିଛି।

ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ ମହିଳା ମୋର୍ଚ୍ଚା ସଭାପତି ଭାବରେ ପୁନଃନିଯୁକ୍ତ କରାଯାଇଥିବା ନେଇ ରାଜ୍ୟ କାର୍ଯ୍ୟାଳୟ ତରଫରୁ ସୂଚନା ଜାରି କରାଯାଇଛି। ସେହିପରି ଅଭିଳାଷ ପଣ୍ଡାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍)ର ନେତୃତ୍ୱ ଦିଆଯାଇଛି। ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ କୃଷକ ମୋର୍ଚ୍ଚା ସଭାପତି ଭାବରେ ନିଯୁକ୍ତ କରାଯାଇଥିବା ନେଇ ସୂଚନା ମିଳିଛି।

ଏହାବ୍ୟତୀତ କାନ୍ଦେରା ସୋରେନଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ନେତୃତ୍ୱ ଦିଆଯାଇଥିବା ବେଳେ ବାଇଧର ମଲ୍ଲିକ, ପ୍ରଦ୍ୟୁମ୍ନ ନାୟକ ଏବଂ ଗୁରିନ୍ଦର ସିଂହଙ୍କୁ ଯଥାକ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି, ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି। ଏସବୁ ବ୍ୟତୀତ ଦଳ ୨୦୨୫ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ ୩୭ ଜଣ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ନାମ ମଧ୍ୟ ଘୋଷଣା କରିଛି।

ଅନୁଗୁଳରୁ ଗୋଲାକ ପ୍ରସାଦ ମହାପାତ୍ରଙ୍କୁ ଜିଲ୍ଲା ପ୍ରଭାରୀ ଭାବରେ ନିଯୁକ୍ତି କରାଯାଇଥିବା ବେଳେ ବାଲେଶ୍ବରରୁ ଗୌତମ ରୟ ଓ ବାଲେଶ୍ଵରର ଉତ୍ତର ପ୍ରାନ୍ତରୁ ଉମାକାନ୍ତ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି। ସେହିପରି ବରଗଡ ରୁ ବାସୁଦେବ ବାରିକ, ଭଦ୍ରକରୁ ସଞ୍ଜୀବ ମହାନ୍ତି ଓ ଭୁବନେଶ୍ୱରରୁ ସରୋଜ କୁମାର କରଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ ବଲାଙ୍ଗୀରରୁ ପର୍ଶୁରାମ ମାଝୀ, ବୌଦ୍ଧରୁ ଗୋବିନ୍ଦ ଅଗ୍ରୱାଲ, କଟକରୁ ଜ୍ଞାନଦେବ ବେଉରା ଓ କଟକ ଗ୍ରାମୀଣ ଭାଗରୁ କିଶୋର କୁମାର ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ଦେଓଗଡରୁ ସୁଦର୍ଶନ ଗୋଏଲ, ଢେଙ୍କାନାଳରୁ ସ୍ମୃତି ପଟ୍ଟନାୟକ, ଗଜପତି ବିସେୱାର ଟୁଡୁ ଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ ଗଞ୍ଜାମରୁ ସାରଦା ପ୍ରସାଦ ଶତପଥୀ, ଘୁମୁସାର (ଆସ୍କା)ରୁ ପ୍ରକାଶ ମଙ୍ଗରାଜ, ଘୁମୁସାର (ଭଞ୍ଜନଗର) ରୁ ଭଗବାନ ମହାନ୍ତିଙ୍କୁ ଚୟନ କରାଯାଇଛି। ସେହିପରି ଜଗତସିଂହପୁରରୁ ସୁବାଶ ଜେନା, ଯାଜପୁରରୁ ଯତିନ ମହାନ୍ତି, ଝାରସୁଗୁଡ଼ାରୁ ସିମାଞ୍ଚଳ ଖଟେଇ, କଳାହାଣ୍ଡିରୁ ଶିବାଜୀ ମହାନ୍ତି ଓ କନ୍ଧମାଳରୁ ପୃଥ୍ୱୀରାଜ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି। ଏହାବ୍ୟତୀତ କେନ୍ଦ୍ରାପଡାରୁ ଅଶୋକ କୁମାର ମିଶ୍ର, କେନ୍ଦୁଝରରୁ ବିରଞ୍ଚି ନାରାୟଣ ତ୍ରିପାଠୀ, ଖୋର୍ଦ୍ଧାରୁ ପବିତ୍ର ମୋହନ ଦାଶ, କୋରାପୁଟରୁ ଭବେନ୍ଦ୍ର ପଣ୍ଡା ଙ୍କ ନାମ ଘୋଷଣା କରାଯାଇଛି। ତେବେ ମାଲକାନଗିରିରୁ ରମେଶ ଚନ୍ଦ୍ର ସାହୁ, ମୟୂରଭଞ୍ଜ (ପୂର୍ବ) – ସିପ୍ରା ବାଜପେୟୀ, ମୟୂରଭଞ୍ଜ (ପଶ୍ଚିମ) ରୁ ଅଂଶୁମାନ ମହନ୍ତ ବର୍ମା, ନବରଙ୍ଗପୁରରୁ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ନୟାଗଡ଼ରୁ ସୁରଥା ବିଶ୍ଵ ଓ ନୂଆପଡାରୁ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ପୁରୀରୁ ବିଷ୍ଣୁ ଦାସ, ରାଉରକେଲାର ବଟ କିଶୋର ମିଶ୍ର, ରାୟଗଡାରୁ କେ. ନାରାୟଣ ରାଓ, ସମ୍ବଲପୁରରୁ କାଳନ୍ଦୀ ସାମଲ, ସୋନପୁରରୁ ସୁରେଶ୍ୱର ଶତପଥୀ ଓ ସୁନ୍ଦରଗଡରୁ ରାମ ଚନ୍ଦ୍ର ହାଁସଦାଙ୍କ ନାମ ଚୟନ କରାଯାଇଛି। ତେବେ ସେଲ୍ ଇନ୍-ଚାର୍ଜଙ୍କ ମଧ୍ୟରେ ସୁନ୍ଦରଗଡରୁ ରଞ୍ଜନ କୁମାର ପଟେଲ, କଳାହାଣ୍ଡିରୁ ସୁଜିତ କୁମାର (ସାଂସଦ/ରାଜ୍ୟସଭା), ଖୋର୍ଦ୍ଧାରୁ ସୁଦୀପ୍ତା ରୟଙ୍କ ନାମ ଘୋଷଣା କରାଯାଇଛି। ସେହିପରି କାର୍ଯ୍ୟାଳୟ ସଚିବ ଭାବରେ ଯାଜପୁରରୁ ଦେବେନ୍ଦ୍ର କୁମାର ନନ୍ଦଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ଭୁବନେଶ୍ୱରର ଜ୍ୟୋତି ରଂଜନ ନାୟକଙ୍କ ନାମ ଘୋଷଣା କରାଯାଇଛି।

 

Leave A Reply

Your email address will not be published.