Latest Odisha News

ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ସଜବାଜ। ସକ୍ରିୟ ହୋଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବିଜେପି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିମାନଙ୍କ ନାମ ତାଲିକା ଘୋଷଣା କରିଛି। ରାଜ୍ୟ ସଭାପତିମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି।

ଅନୁଗୁଳ ପାଇଁ ଦିଲେଶ୍ଵର ପ୍ରଧାନ ଓ ବାଲେଶ୍ୱର ପାଇଁ ଉମାକାନ୍ତ ମହାପାତ୍ରଙ୍କୁ ଜିଲ୍ଲା ସଭାପତି କରାଯାଇଛି। ବରଗଡ଼ ପାଇଁ ଅଶ୍ବିନୀ କୁମାର ଷଡଙ୍ଗୀ, ଭଦ୍ରକରେ ହେମନ୍ତ ପାଢୀ, ଭୁବନେଶ୍ଵରରେ ବାବୁ ସିଂ, ବଲାଙ୍ଗୀରରେ ଶିବାଜୀ ମହାନ୍ତି, ବୌଦ୍ଧରେ ବିପ୍ର ଚରଣ ମହାନ୍ତି, କଟକ ନଗରରେ ଲଲାଟେନ୍ଦୁ ବଡ଼ୁ, କଟକ ସଦରରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡରେ ଅରୁଣ କୁମାର ସାହୁ, ଢେଙ୍କାନାଳରେ ନରେଶ ମହାପାତ୍ର, ଗଜପତିରେ ବିଧାୟକ କେ. ନାରାୟଣ ରାଓ, ଗଂଜାମରେ ଡ.ସୁବାଷ ସାହୁ, ଘୁମୁସରରେ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସଭାପତି କରାଯାଇଛି।

ସେହିପରି ଜଗତସିଂହପୁର ପାଇଁ ସତ୍ୟବ୍ରତ ମହାପାତ୍ର, ଯାଜପୁରରେ ଗୌତମ ରାୟ, ଝାରସୁଗୁଡାରେ ସୁନୀଲ ପଣ୍ଡା, କଳାହାଣ୍ଡିରେ ଆର୍ତତ୍ରାଣ ମହାପାତ୍ର, କନ୍ଧମାଳରେ ଜଗନ୍ନାଥ ସାହୁ, କେନ୍ଦ୍ରାପଡାରେ କିଶୋର ପଣ୍ଡା, କେନ୍ଦୁଝରରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧାରେ ରଶ୍ମି ରଞ୍ଜନ ମହାପାତ୍ର, କୋରାପୁଟ ପାଇଁ ସୁମନ୍ତ ପ୍ରଧାନ, ମାଲକାନଗିରିରେ ନିମାଇ ପାଲ୍‌, ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତ, ବାରିପଦାରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁରରେ ଜଗଦୀଶ ବିଶୋଇ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା, ନୂଆପଡ଼ାରେ ସୁବ୍ରତ ଠାକୁର, ପୁରୀରେ ଆଶ୍ରିତ ପଟ୍ଟନାୟକ, ରାୟଗଡ଼ାରେ ଶିବ ପଟ୍ଟନାୟକ, ସମ୍ବଲପୁରରେ ଗିରିଶ ପଟେଲ, ସୁବର୍ଣ୍ଣପୁରରେ ପ୍ରମୋଦ ମହାପାତ୍ର, ସୁନ୍ଦରଗଡ଼ରେ ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ(ବଣାଇ)ରେ ଅନୀଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)ରେ ଲତିକା ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରିଛି ବିଜେପି।

Comments are closed.