Latest Odisha News

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ପଛରେ ବିଜେଡି ହାତ

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଅଭିଲାଷଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ତେବେ ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସହ ହାତ ଏବଂ ଗୋଡରେ ଆଘାତ ଲାଗିଛି । ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାର ପ୍ରତିବାଦରେ ସିଇଓଙ୍କୁ ଭେଟି ଫେରାଦ ହୋଇଛି ବିଜେପିର ପ୍ରତିନିଧି ମଣ୍ଡଳୀ ।

ବିଜେପି କହିଛି ଯେ, ଆକ୍ରମଣକାରୀ ତାମିଲ ଭାଷାରେ କଥା ହେଉଥିଲେ । ତାମିଲ ଚଳଚ୍ଚିତ୍ରରେ ଦେଖାଯାଉଥିବା ଅସ୍ତ୍ରରେ ଆକ୍ରମଣ ହୋଇଛି । ତେବେ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଆକ୍ରମଣ ହୋଇଛି ସିଇଓଙ୍କ ଆଗରେ ଅଭିଯୋଗ କରିଛି ବିଜେପି । ସେପଟେ ବିଜେଡି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଛି ବୋଲି କହିଛନ୍ତି ଅଭିଳାଷ । ଅଭିଲାଷଙ୍କ କହିବାନୁସାରେ, ପ୍ରଚାରରୁ ଫେରିବା ବେଳେ ଦେଢ଼ଶହରୁ ଅଧିକ ବିଜେଡି କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ସନ୍ଦେହ କରିଛନ୍ତି ଅଭିଳାଷ ।

ଅନ୍ୟପକ୍ଷରେ ଗତକାଲି ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଞ୍ଚଳର କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଅନ୍ୟାନ୍ୟ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗତକାଲି ସେହି ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

Comments are closed.