Latest Odisha News

BREAKING NEWS

ଢେଙ୍କାନାଳ ଡଙ୍ଗା ବୁଡ଼ି ଘଟଣା: ଆଉ ଜଣକ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଗତ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ମଙ୍ଗଳବାର ଆଉ ଜଣକ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଜଣକ ରମେଶ ସାହୁ ଏବଂ ତାଙ୍କୁ କାମାକ୍ଷାନଗର ବ୍ଲକର ବାଲିଘାଟ ନିକଟସ୍ଥ ନଦୀରୁ ଉଦ୍ଧାର କରାଯାଇଛି ।

ଆହୁରି ମଧ୍ୟ ଗତକାଲି ବିଶ୍ୱଜିତ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଦୁର୍ଘଟଣା ସ୍ଥଳରୁ ପ୍ରାୟ ୫କିମି. ଦୂରରୁ ଉଦ୍ଧାର କରାଯାଇଥିଲା ।

ନିଖୋଜ ଥିବା ଅନ୍ୟ ୨ଜଣଙ୍କୁ ଉଦ୍ଧାର କରିବା ଲାଗି ଜୋରଦାର ପ୍ରୟାସ ଜାରି ରହିଛି ।

Comments are closed.