Latest Odisha News

BREAKING NEWS

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ , ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଆସନ୍ତା ୨୨ ଯାଏଁ ତାତିରୁ ନାହିଁ ନିସ୍ତାର । ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି  । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି  କେନ୍ଦ୍ର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଠୁ ୨୪ଟି ଜିଲ୍ଲାକୁ ହିଟୱୋଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତକାଲି ତାଳଚେର ତାପମାତ୍ରା ୪୩.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା। ସେହିପରି ପାରଳାଖେମୁଣ୍ଡି ଓ ବୌଦ୍ଧ ୪୨.୮ ଡିଗ୍ରୀ, ନୂଆପଡ଼ା ୪୩, ଅନୁଗୁଳ ଓ ନୟାଗଡ଼ ୪୨.୭, ବାରିପଦା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।

Leave A Reply

Your email address will not be published.